ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୃଦ୍ଧି ହେଲା ଯୁକ୍ତ ଦୁଇ ନାମଲେଖା ସମୟସୀମା । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୟ ସମୟ ସୀମା ବୃଦ୍ଧି ହୋଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ ପରେ ସମୟ ସୀମା ବୃଦ୍ଧି କରାଯାଇଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ ତାରିଖରୁ ୨୫ ତାରିଖ ଯାଏ ଥିଲା ତେବେ ଏହାକୁ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟମ୍ବର ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଥିଲା ଏବେ ଏହାକୁ ୮ ତାରିଖରୁ ୧୦ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି । ସେହିଭଳି ସ୍ପଟ୍ ନାମଲେଖା ଅବଧି ସେପ୍ଟମ୍ବର ୧୫ତାରିଖ ଓ ୧୬ତାରିଖରେ ହେବାର ଥିଲା । ଏହା ବର୍ତ୍ତମାନ ୧୭ ତାରିଖ ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।
