ନୂଆଦିଲ୍ଲୀ: NDTVର ଅଂଶଧନ କିଣିବାକୁ ଘୋଷଣା କରିଛି ଗୌତମ ଅଦାନୀ ଗ୍ରୁପର କମ୍ପାନୀ ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍ । ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଅଦାନୀ ଗ୍ରୁପ୍ ଏନଡିଟିଭି ଅର୍ଥାତ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ରେ ପରୋକ୍ଷ ଭାବେ ୨୯.୧୮ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ। ଅନ୍ୟପଟେ ଖୋଲା ପ୍ରସ୍ତାବ ଜରିଆରେ ଗ୍ରୁପ ଏନଡିଟିଭିର ଆଉ ୨୬ ପ୍ରତିଶତ ଅଂଶଧନ ନିଜ ପାଖରେ ରଖିବାକୁ ଯୋଜନା କରିଛି।
ଏହିପରି ଏନଡିଟିଭିରେ ଅଦାନୀ ଗ୍ରୁପର ମୋଟ୍ ଅଂଶଧନ ୫୫ ପ୍ରତିଶତରୁ ଅଧିକ ହୋଇଯିବ। ଅଦାନୀ ଗ୍ରୁପ ଏବଂ ଏନଡିଟିଭି ମଧ୍ୟରେ ପାଖାପାଖି ୪୯୫ କୋଟି ଟଙ୍କାର ଚୁକ୍ତି ହେବାର ଆଶା ରହିଛି।
ଏଏମଏନଏଲ ଏବଂ ଅଦାନୀ ଏଣ୍ଟର ପ୍ରାଇଜେସ୍ ଲିମିଟେଡ୍ ସହିତ ଭିସିପିଏଲ ଏନଡିଟିଭିରେ ୨୬ ପ୍ରତିଶତ ଅଂଶଧନ କିଣିବା ପାଇଁ ଏକ ଖୋଲା ଅଫର ଲଞ୍ଚ କରିବେ। ସେବିର ୨୦୧୧ ନିୟମ ପାଳନ ପାଇଁ ଏମିତି କରାଯିବ। ତିନି କମ୍ପାନୀ ଏନଡିଟିଭିର ସେୟାରକୁ ସାର୍ବଜନୀନ ଅଂଶଧାରୀଙ୍କଠୁ କିଣିବା ପାଇଁ ସେୟାର ପିଛା ୨୯୪ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛନ୍ତି।
ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍(AMNL) ଅଦାନୀ ଗ୍ରୁପର ମିଡିଆ କମ୍ପାନୀ ଅଟେ। ଅନ୍ୟପଟେ RRPR ଏନଡିଟିଭିର ପ୍ରମୋଟର ଗ୍ରୁପ କମ୍ପାନୀ ଅଟେ। ଏହି କମ୍ପାନୀ ନିକଟରେ ଏନଡିଟିଭିର ୨୯.୧୮ ପ୍ରତିଶତ ଅଂଶଧନ ରହିଛି। ଏବେ ଏଏମଏନଏଲ ଏବଂ ଅଦାନୀ ଏଣ୍ଟର ପ୍ରାଇଜେସ୍ ଲିମିଟେଡ୍ ସହିତ ଭିସିପିଏଲ ଏନଡିଟିଭିରେ ୨୬ ପ୍ରତିଶତ ଅଂଶଧନ କିଣିବା ପାଇଁ ଏକ ଖୋଲା ଅଫର ଲଞ୍ଚ କରିବେ। ସେ ପୁଣି ସେୟାର ପିଛା ୨୯୪ ଟଙ୍କାରେ।
ଗଣମାଧ୍ୟମ କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ
ଉଲ୍ଲେଖନୀୟ ଏନଡିଟିଭି ଏକ ପ୍ରମୁଖ ମିଡିଆ ହାଉସ୍। ପ୍ରାୟ ତିନି ଦଶନ୍ଧିରୁ ମିଡିଆ ଇଣ୍ଡଷ୍ଟ୍ରୀରେ ଏହାର ଏକ ସ୍ଵତନ୍ତ୍ର ପରିଚୟ ରହି ଆସିଛି। କମ୍ପାନୀର ତିନୋଟି ନ୍ୟାସନାଲ ନ୍ୟୁଜ୍ ଚ୍ୟାନେଲ ଏନଡିଟିଭି 24×7, ଏନଡିଟିଭି ଇଣ୍ଡିଆ ଏବଂ ଏନଡିଟିଭି ପ୍ରଫିଟ୍ ରହିଛି। ଅନଲାଇନରେ ମଧ୍ୟ ଏନଡିଟିଭିର ମଜବୁତ ଉପସ୍ଥିତି ରହିଛି। ।
