ଘଟଗାଁ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଉ ଜଣେ ସରକାରୀ ଅଧିକାରୀ । କେନ୍ଦୁଝର ଜିଲ୍ଳାର ଘଟଗାଁ ବିଇଓ ଅଭୟ କୁମାର ବେହେରାଙ୍କୁ ଭିଜିଲାନ୍ସ ଅଧିକାରି ଗିରଫ କରିଛନ୍ତି । ସେ ମଙ୍ଗଳବାର ଦିନ ପ୍ରାୟ ୧୦ଟା ସମୟରେ ଲାଞ୍ଚ ମାଗିବା ସହ ଗ୍ରହଣ କରୁଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ଆସିଛି।
ଘଟଗାଁ ବ୍ଲକ୍ ଅଧୀନରେ ଥିବା କାଶୀସାହି ପ୍ରାଥମିକ ବିଦ୍ୟାଳୟ(ନୂଆ)ର ଶିକ୍ଷକ କମଳାକାନ୍ତ ପଣ୍ଡା ବିିଇଓଙ୍କ ନାମରେ ଲାଞ୍ଚ ନେଉଥିବା ଅଭିଯୋଗ ଆଣିଛନ୍ତି। ଶିକ୍ଷକ ପଣ୍ଡା ଅଭିଯୋଗ ଆଣି କହିଛନ୍ତି ଯେ ୧୦ ଜଣ ଶିକ୍ଷକଙ୍କର ବୟେକା ଟଙ୍କା ଦେବା ପାଇଁ ସେ ବିଇଓଙ୍କ ନିକଟସ୍ଥ ହୋଇଥିଲେ। ଯାହା ବଦଳରେ ବିଇଓ ସେମାନଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିଇଓ ଉକ୍ତ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି ।
