ଯୋଗୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୟୁପି ବିଜେପି ଅଧକ୍ଷ ଭୂପେନ୍ଦ୍ର ଚୌଧୁରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶ ବିଜେପିର ନୂଆ ଅଧକ୍ଷ ତଥା ଯୋଗୀ ସରକାରଙ୍କ କ୍ୟାବିନେଟରେ ପଞ୍ଚାୟତୀରାଜ ମନ୍ତ୍ରୀ ଥିବା ଭୂପେନ୍ଦ୍ର ଚୌଧୁରୀ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଦିନ ଭୂପେନ୍ଦ୍ର ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଭୂପେନ୍ଦ୍ରଙ୍କୁ ରାଜ୍ୟ ବିଜେପିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ବିଜେପିର ଦଳୀୟ ସମ୍ବିଧାନ ମୁତାବକ ‘ଜଣେ ବ୍ୟକ୍ତି ଗୋଟିଏ ପଦବୀ’ ଆଧାରରେ ସେ ଇସ୍ତଫା ଦେଇଥିବା କଥା କୁହାଯାଇଛି । କୁହାଯାଉଛି ଯେ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ସେ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ମନ୍ତ୍ରୀପଦ ଛାଡିଛନ୍ତି ।

ଇସ୍ତଫା ଦେବା ପରେ ଭୂପେନ୍ଦ୍ର ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, ଦଳର ରାଜ୍ୟ ସଂଗଠନକୁ ଅଧିକ ସମୟ ଦେବା ପାଇଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଭୂପେନ୍ଦ୍ର ଚୌଧୁରୀ ପ୍ରଥମେ ଜଣେ ସାଧାରଣ କର୍ମୀଭାବେ ବିଜେପିରେ ଯୋଗ ଦେଇଥିଲେ । ହେଲେ ମାତ୍ର କିଛି ବର୍ଷ ମଧ୍ୟରେ ନିଜର କାର୍ଯ୍ୟଦକ୍ଷତା ବଳରେ ସେ ରାଜ୍ୟ ବିଜେପିର ଅଧ୍ୟକ୍ଷ ହୋଇପାରିଛନ୍ତି। ପଶ୍ଚିମ ଉତ୍ତର ପ୍ରଦେଶର ଜାତୀୟ ସମିକରଣକୁ ନଜରରେ ରଖି ଦଳ ତରଫରୁ ତାଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇଥିବା କଥା କୁହାଯାଇଛି ।

Related Posts