ନୂଆଦିଲ୍ଲୀ : ମୋଦୀ ନିକଟରେ ରାଜନୀତିରେ ଶରଦ ପାଓ୍ୱାରଙ୍କ ଆଙ୍ଗୁଠି ଧରି ପହଁଚିଥିଲେ ବୋଲି କହିଥିଲେ । ଯାହାକୁ ନେଇ ବରିଷ୍ଠ ନେତା ଶରଦ ପାଓ୍ୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି । କଟାକ୍ଷ କରି ଶରଦ କହିଛନ୍ତି ଯେ, ତାଙ୍କୁ ଏଥିପାଇଁ ଏତେ ବଡ ପରିଣାମ ଭୋଗିବାକୁ ପଡିବ ବୋଲି ସେ ଜାଣିନଥିଲେ । ସାମ୍ବାଦିକଙ୍କ ପ୍ରଶ୍ନରେ କିଛି ଏପରି ଉତ୍ତର ଦେଇଛନ୍ତି ଶରଦ ।
ଶରଦଙ୍କୁ ଏକ କାର୍ଯ୍ୟକ୍ରମରେ ମୋଦୀଙ୍କ ଟିପ୍ପଣୀ ବାବଦରେ ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ ଯେ, ସେ କେବେ ଜାଣିନଥିଲେ ଯେ, ଏହା ତାଙ୍କ ପାଇଁ ମହଙ୍ଗା ପଡିବ । ଏହି ବୟସରେ କିଏ ଦାୟିତ୍ୱ ନେବାକୁ ଚାହାଁନ୍ତି ନାହିଁ । ୨୦୨୪ ପ୍ରଧାନମନ୍ତ୍ରୀ ପଦ ରେସରେ ସେ ନିଜକୁ ଦୂରରେ ରଖିଛନ୍ତି । ସେ କେବଳ ଅଣ ବିଜେପି ଦଳକୁ ଏକଜୁଟ କରି ବିଜେପି ବିପକ୍ଷରେ ମୋର୍ଚ୍ଚା ସମ୍ଭାଳୁଥିବା ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ବିଜେପି ସରକାରକୁ ଆସିବା ପରଠୁ ୨୦୧୪ରୁ କିଛି ବି ପ୍ରତିଶ୍ରୁତି ପାଳନ କରିନାହିଁ । ଅଛେ ଦିନ୍, ଗାଁକୁ ଇଣ୍ଟରନେଟ୍ ମାଧ୍ୟମରେ ଯୋଡିବା, ଶୌଚାଳୟ, ହର ଘର ବିଜୁଳି, ପାଣି ଆଦି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ବିଜେପି ଛୋଟଛୋଟ ଦଳକୁ ସରକାରରୁ ଦୂରରେ ରଖିବାକୁ ଷଡଯନ୍ତ୍ର କରୁଛି ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ବିଜେପି ନିଜ ବିରୋଧୀଙ୍କ ସହ ଯାହା କରୁଛି ତାହା ଗଣତନ୍ତ୍ର ପ୍ରତି ବିପଦ । ଯାହା ଚିନ୍ତାର ବିଷୟ । ସମସ୍ତ ଅଣ ବିଜେପି ରାଜ୍ୟରେ ବିଜେପି ବିଧାୟକଙ୍କୁ ବିଭାଜିତ କରୁଛି । ମହାରାଷ୍ଟ୍ର ଏହାର ଉଦାହରଣ ବୋଲି ସେ କହିଛନ୍ତି।
