ଭୁବନେଶ୍ବର : ଭୁବନେଶ୍ବର ବାଣୀବିହାର ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ନିଶାସକ୍ତ ଅବସ୍ଥାରେ ସାଙ୍ଗକୁ ହାଣିଲା ସାଙ୍ଗ । ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଫଳରେ ଯୁବକ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସୌମ୍ୟ କୁଣ୍ଡ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ସାଙ୍ଗମାନେ ମିଶି ନିଶା ଖାଇଥିଲେ । ନିଶାସକ୍ତ ଅବସ୍ଥାରେ କୌଣସି କଥାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସୌମ୍ୟ କୁଣ୍ଡଙ୍କୁ ଅନ୍ୟମାନେ ମିଶି ହାଣିଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ ସୌମ୍ୟ କୁଣ୍ଡଙ୍କର ମୃତ୍ୟୁ ହୋଇଥିଲା ।
ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଏ ନେଇ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ ।
