କୋରାପୁଟ: ସ୍ବାମୀ ଓ ସ୍ତ୍ରୀ ର ସଂପର୍କ ଏକ ପବିତ୍ର ସଂପର୍କ । ପରସ୍ପରକୁ ସାତ ଜନ୍ମ୍ ପାଇଁ ଅଗ୍ନିକୁ ସାକ୍ଷୀ ରଖି ଜୀବନ ସାଥି ରୂପେ ବାଛିଥାନ୍ତି ଉଭୟ । ତେବେ ବେଳେବେଳେ କିଛି ଭୁଲ ବୁଝାମଣା ସଂପର୍କ ରେ ଫାଟ ସୃଷ୍ଟି କଲେ । ଯାହା ପରବର୍ତୀ ସମୟରେ ମୃତ୍ୟୁ ରେ ପରିଣତି ହୁଏ ।ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ହତ୍ୟା କରି ସେଫ୍ଟିକ ଟାଙ୍କି ଭିତରେ ମୃତଦେହ ପକାଇ ଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ୪ ମାସ ପରେ ପାଇଖାନା ଟାଙ୍କିରୁ ଶବ ଉଦ୍ଧାର ହୋଇଛି।
ପାରିବାରିକ କଳହକୁ ନେଇ ପତ୍ନୀଙ୍କୁ ସ୍ବାମୀ ହତ୍ଯା କରିଥିବା ଅଭିଯୋଗ ହୋଇଛି। ପ୍ରମାଣ ନଷ୍ଟ କରିବା ପାଇଁ ସେଫ୍ଟିକ ଟାଙ୍କି ଭିତରେ ମୃତଦେହ ପକାଇ ଦେଇଥିବା ଜଣାଯାଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମ୍ମା ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି।
ମୃତକ ହେଲେ ୪୫ ବର୍ଷୀୟା ଗୌରୀ ସାହୁ। ଅଭିଯୁକ୍ତ ସ୍ବାମୀ ଦଶରଥଙ୍କୁ ପୁଲିସ ଅଟକ ରଖିଛି। ପୁଲିସ୍ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଛି। ଅଭିଯୁକ୍ତକୁ ଜେରା ପରେ ପୁଲିସ ଆଗରେ ସବୁ କଥା ସ୍ବୀକାର କରିଥିବା ସୁଚନା ରହିଛି।୪ ମାସ ତଳେ ଏହି ହତ୍ଯାକାଣ୍ଡ ଘଟାଇ ଥିବା କଥାକୁ ବି ମାନିଛି ଦାଶରଥୀ। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।
