ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନା ସାଂସଦ ସଞ୍ଜୟ ରାଉତଙ୍କର ପୁଣି ଅଡୁଆ ବଢ଼ିଛି। ପାତ୍ରା ଚାଲ ଜମି ଦୁର୍ନୀତି ମାମଲାରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ସୋମବାର ତାଙ୍କର ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ପାତ୍ରା ଚାଲ ଜମି ଦୁର୍ନୀତି ମାମଲାରେ ଗତ ମାସରେ ରାଉତଙ୍କୁ ଗିରଫ କରାଯାଇଥିଲା।

ସୂଚନା ଅନୁସାରେ,ଏହାପୂର୍ବରୁ ଅଗଷ୍ଟ ୨୧ ତାରିଖରେ କୋର୍ଟ ତାଙ୍କ ହେପାଜତକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତେବେ ମୁମ୍ବାଇ ଉପାନ୍ତ ଗୋରେଗାଓଁରେ ଅବସ୍ଥିତ ପାତ୍ରା ଚାଲ ଜମିରେ ନିର୍ମିତ ଫ୍ଲାଟ ବଦଳରେ ନୂତନ ଗୃହ ନିର୍ମାଣରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସଞ୍ଜୟଙ୍କ ନାମ ସାମ୍ନାକୁ ଆସିବା ପରେ ଇଡ଼ି ପକ୍ଷରୁ ଯାଞ୍ଚ୍‌ ଆରମ୍ଭ ହୋଇଥିଲା। ଏହି ମାମଲାରେ ଉଭୟ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କୁ ଜେରା କରିବା ପରେ ଇଡି ପକ୍ଷରୁ ସଞ୍ଜୟ ରାଉତ୍ ଙ୍କୁ ଗିରଫ କରାଯାଇଥିଲା।