ଆସ୍ଥା ଭୋଟରେ ବିଜୟୀ ହାସଲ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କୁ ମିଳିଲା ବିଜୟ । ବିଧାନସଭାରେ ଆସ୍ଥା ଭୋଟରେ ସୋମବାର ବିଜୟୀ ହୋଇଛନ୍ତି। ତାଙ୍କୁ ୪୮ ଜଣ ବିଧାୟକଙ୍କ ସମର୍ଥନ ମିଳିଛି। ଯାହା ସଂଖ୍ୟାଗରିଷ୍ଠତାଠାରୁ ଅଧିକ। ଭୋଟ ସମୟରେ ଭାଜପା ବିଧାୟକମାନେ ଗୃହତ୍ୟାଗ କରିଥିଲେ।

ଆସ୍ଥା ଭୋଟ ପାଇଁ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ରାଜ୍ୟରୁ ତିନି ଜଣ କଂଗ୍ରେସ ବିଧାୟକ ଦୁର୍ନୀତିରେ ଧରା ପଡ଼ିଥିବାରୁ ଟ୍ରଷ୍ଟ ଭୋଟ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରି ନଥିଲେ। ଏହି ବିଧାୟକମାନେ ହେଉଛନ୍ତି ଡକ୍ଟର ଇରଫାନ ଅନସାରୀ, ନମାନ ଭିକ୍ସାଲ କଙ୍ଗଡି ଏବଂ ରାଜେଶ କଚ୍ଛପ। ହାଇକୋର୍ଟ ତାଙ୍କୁ କୋଲକାତା ଛାଡିବାକୁ ଅନୁମତି ଦେଇନାହାଁନ୍ତି।

ଆସ୍ଥା ଭୋଟ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କାହାର ନାମ ନ ନେଇ ଭାଜପାକୁ ଟାର୍ଗେଟ କରିଥିଲେ। ବିରୋଧର ଦଳ ଏକ ପରିବେଶ ସୃଷ୍ଟି କରିବାକୁ ଚାହୁଁଛି ଯେଉଁଠାରେ ଦୁଇଟି ରାଜ୍ୟ ପରସ୍ପର ବିରୋଧରେ ଲଢ଼େଇ କରିବେ। ସେମାନେ ଗୃହଯୁଦ୍ଧର ସ୍ଥିତି ସୃଷ୍ଟି କରିବାକୁ ଏବଂ ନିର୍ବାଚନରେ ଜିତିବା ପାଇଁ ଦଙ୍ଗା କରିବାକୁ ଚାହୁଁଛନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ଏଠାରେ ୟୁପିଏ ସରକାର ଅଛି, ସେପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଷଡଯନ୍ତ୍ର ସଫଳ ହେବ ନାହିଁ। ତୁମେ ଏକ ଉପଯୁକ୍ତ ରାଜନୈତିକ ଉତ୍ତର ପାଇବ ।

Related Posts