ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିକଟରେ ଦଶମ ଶ୍ରେଣୀ ଭୂଗୋଳ ବହିରେ ଭୁଲ ତ୍ରୁଟି ସାମ୍ନାକୁ ଆସିଥିଲା ଓ ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା। ବର୍ତ୍ତମାନ ଏହାକୁ ନେଇ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ପରିଷଦ । ଏଥିରେ କୁହାଯାଇଛି ଯେ, ସ୍କୁଲର ଶିକ୍ଷକମାନେ ବହିର ଭୁଲକୁ ସୁଧାରି ପିଲାଙ୍କୁ ପଢ଼ାନ୍ତୁ ।

ସୂଚନାଯୋଗ୍ୟ ଯେ, ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ ଏକାଧିକ ଭୁଲ ତଥ୍ୟ ଦିଆଯାଇଥିବା ନଜରକୁ ଆସିଥିଲା । ବହିରେ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରକୁ ଆନ୍ଧ୍ରର ବୋଲି ଦର୍ଶାଯାଇଥିଲା । ସେହିପରି ବାଲିମେଳା ସମ୍ପର୍କିତ ଭୁଲ ତଥ୍ୟ ରହିଥିଲା । ଏହାକୁ ନେଇ ବିବାଦ ଜୋର ଧରିଥିଲା । ଏହା ପରେ ମାଧ୍ୟମିକ ଶିକ୍ଷା ପରିଷଦ ଏହି ପଦକ୍ଷେପ ଗ୍ରହଣ କରିଛି ।