ଭୁବନେଶ୍ୱର : ୩୦ ସେପ୍ଟେମ୍ବର ଯାଏ ହେବ ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି) ସାକ୍ଷାତକାର ପରୀକ୍ଷା । ଏହି ସମୟରେ ଯେଉଁମାନେ ୟୁପିଏସ୍‌ସି ମେନ୍ ପରୀକ୍ଷା ଦେଉଛନ୍ତି, ସେମାନଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ବଦଳାଇପାରିବେ। ଏଥିପାଇଁ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ । ଏନେଇ ଓପିଏସ୍‌ସି ଚେୟାରମ୍ୟାନ ସତ୍ୟଜିତ ମହାନ୍ତି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ଏଥିରେ ଆହୁରି କୁହାଯାଇଛି, ସାକ୍ଷାତକାର ତାରିଖ ସ୍ଥିର ହେବା ପରେ ଯଦି ପ୍ରାର୍ଥୀଙ୍କର ୟୁପିଏସ୍‌ସି ମେନ୍ ପରୀକ୍ଷା ଦେବାରେ ସମସ୍ୟା ହୁଏ ତେବେ ତାରିଖ ବଦଳାଇବା ପାଇଁ ପ୍ରାର୍ଥୀ ଆବେଦନ କରିପାରବେ। ଅନୁସାରେ ତାରିଖ ବଦଳାଯିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ।