ବିଦେଶୀ ଟି-ସାର୍ଟ ପିନ୍ଧି ରାହୁଲ ଗାନ୍ଧି ଦେଶ ଯୋଡିବାକୁ ବାହାରିଛନ୍ତି: ଅମିତ ଶାହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରଣୀ ରାଜସ୍ଥାନର ଅନୁଷ୍ଠିତ ହେଉଛି। ଏହି ବୈଠକରେ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ କଡା ଟିପ୍ପଣୀ କରିଛନ୍ତି ଶାହ। ସେ କହିଛନ୍ତି ଯେ, ବିଦେଶୀ ଟି-ସାର୍ଟ ପିନ୍ଧି ରାହୁଲ ଗାନ୍ଧି ଦେଶ ଯୋଡିବାକୁ ବାହାରିଛନ୍ତି। ରାହୁଲ ଭାରତକୁ ଯୋଡିବା ପାଇଁ ବାହାରିଛନ୍ତି, ମୋତେ ଲାଗୁଛି ତାଙ୍କୁ ଭାରତର ଇତିହାସ ପଢିବାର ଆବଶ୍ୟକତା ଅଛି ବୋଲି ଶାହ କହିଛନ୍ତି।

ତେବେ ବୈଠକ ପୂର୍ବରୁ ଶନିବାର ପୂର୍ବାହ୍ନରେ ଶାହଙ୍କୁ ରାଜସ୍ଥାନର ପ୍ରଦେଶ ବିଜେପି ଅଧ୍ୟକ୍ଷ ସତୀଶ ପୁନିଆ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଶାହ ଜୈସାଲମେର ପହଞ୍ଚିବା ପରେ ତନ୍ନୋଟ ମାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ମନ୍ଦିରର ପର୍ଯ୍ୟଟନ ବିକାଶ ଲାଗି ଶିଳାନ୍ୟାସ ମଧ୍ୟ କରିଥିଲେ। ଏହି ରାଜସ୍ଥାନ ଗସ୍ତ ସମୟରେ ଅମିତ ଶାହ ବିଜୟ ସ୍ତମ୍ବରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ। ଭାରତ ଓ ପାକିସ୍ତାନ ସୀମାକୁ ଲାଗି ରହିଥିବା ତନ୍ନୋଟ ମାତା ମନ୍ଦିରର ପରିଚାଳନା ଦାୟିତ୍ୱ ସୀମା ସୁରକ୍ଷା ବଳ (ବିଏସଏଫ) ସମ୍ଭାଳିଛନ୍ତି। ଏହି ମନ୍ଦିରଟି ଜୈସାଲମେର ସହରରୁ ୧୨୦ କିଲୋମିଟର ଦୂରରେ ପାକ୍ ସୀମା ସଲଗ୍ନ ଭାରତରେ ଅବସ୍ଥିତ। ଏହି ମନ୍ଦିର ୧୯୬୫ ଓ ୧୯୭୧ ଭାରତ-ପାକ ଯୁଦ୍ଧରେ ମାଙ୍କ ମହିମା ଦେଖା ଯାଇଥିଲା।

Related Posts