କଟକ : ନକଲି ମେଡିସିନ ବିକ୍ରି କରୁଥିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ । ପୋଲିସ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ କୋର୍ଟରେ ହାଜର କରିଛି । କଟକ ଏସଡିଜିଏମ କୋର୍ଟରେ ହାଜର ହୋଇଥିଲେ ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜରସ୍ ମାଲିକ ସଞ୍ଜୟ ଜଲାନ । ଉଭୟଙ୍କ ଜାମିନ ଆବେଦନ ଖାରଜ ହେବାରୁ ଚଉଦ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ ।
ଜାମିନ ପାଇଁ ଆଗାମୀ ଦିନରେ ଉପର କୋର୍ଟରେ ଆବେଦନ କରାଯିବ ବୋଲି ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ।
