ସମ୍ବଲପୁର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ଖୋଲିଥିଲା ହୀରାକୁଦ ଡ୍ୟାମର ଗେଟ୍ । ତେବେ ଏବେ ବର୍ଷା ଟିକେ କମିବା ପଡେ ବନ୍ଦ ହେଲା ହୀରାକୁଦ ଡ୍ୟାମର ୫ଟି ଗେଟ୍ ।

ବର୍ତ୍ତମାନ ୬ଟି ଗେଟ ଦେଇ ଜଳ ନିଷ୍କାସନ ଜାରି । ବାମ ପାର୍ଶ୍ୱରେ ୪ଟି ଏବଂ ଡାହାଣ ପାର୍ଶ୍ୱରେ ୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୨୯ ଫୁଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୫୮ ହଜାର ୩୭୭ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨ ଲକ୍ଷ ୨୧ ହଜାର ୯୦୬ କ୍ୟୁସେକ ଜଳ ।