ଟି-୨୦ ବିଶ୍ଵ କପ୍‌: ସ୍ଥାନ ନମିଳିବା ନେଇ ନିରାଶ ହେଲେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର

ନୂଆଦିଲ୍ଲୀ: ଆଗକୁ ଖେଳ ହେବ ଟି-୨୦ ବିଶ୍ଵ କପ୍‌ । ଏନେଇ ଭାରତୀୟ ଦଳ ଘୋଷଣା ହୋଇସାରିଥିବା ବେଳେ, ଏହାରି ମଧ୍ୟରେ ଭାରତର ଦ୍ରୁତ ବୋଲର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଚୟନ ହୋଇନଥିବାରୁ ନିରାଶ ବ୍ୟକ୍ତ କରିଛନ୍ତି। ମୁମ୍ବାଇର ଏହି ଖେଳାଳି ଆଗାମୀ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ ନିକଟରେ ଏବେ ବି ବହୁତ କ୍ରିକେଟ୍ ବାକି ରହିଛି ବୋଲି ସେ କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଶାର୍ଦ୍ଦୁଳ ଠାକୁର କିଛି ଟି-୨୦ ମ୍ୟାଚ୍ ଖେଳିଥିଲେ ହେଁ ଓଭର ପିଛା ୯.୧୫ ରନ ବ୍ୟୟ କରିବାରୁ ଦଳରୁ ବାଦ୍ ପଡିଥିଲେ।

ଶାର୍ଦ୍ଦୁଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆର ପୂର୍ବ ସନ୍ଧ୍ୟାରେ କହିଛନ୍ତି ଯେ, ଟି-୨୦ ବିଶ୍ଵ କପ୍‌ ପାଇଁ ଚୟନ ନହେବା ସ୍ଵାଭାବିକ ଭାବେ ବଡ ନିରାଶର କଥା। ବିଶ୍ଵ କପ୍‌ରେ ଖେଳିବା ଏବଂ ଭଲ ପ୍ରଦର୍ଶନ କରିବା ପ୍ରତ୍ୟେକ ଖେଳାଳିଙ୍କ ସ୍ଵପ୍ନ ହୋଇଥାଏ। ମୋର ଚୟନ ହୋଇ ନାହିଁ ତଥାପି ବିଶେଷ ଚିନ୍ତା କରିବାର ନାହିଁ। ମୋ ନିକଟରେ ଏବେ ବି ବହୁତ କ୍ରିକେଟ୍ ବାକି ରହିଛି। ଆସନ୍ତାବର୍ଷ ଦିନିକିଆ ବିଶ୍ଵ କପ୍‌ ହେବାକୁ ଯାଉଛି। ଏବେ ମୋତେ ଯେଉଁ ମ୍ୟାଚ୍‌ରେ ସୁଯୋଗ ମିଳୁଛି ସେଥିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବି। ଦଳର ବିଜୟରେ ଯୋଗଦାନ ଦେବାକୁ ଉଦ୍ୟମ କରିବି ବୋଲି ଶାର୍ଦ୍ଦୁଳ ଠାକୁର କହିଛନ୍ତି।

ଅନ୍ୟପକ୍ଷେ ଦୀପକ ଚହର ଆହତ ହେବା ଭାରତର ଟି-୨୦ ବିଶ୍ଵକପ୍‌ ପ୍ରସ୍ତୁତିକୁ ଜୋରଦାର ଝଟକା ଲାଗିଛି। ଚହର ରିଜର୍ଭ ଖେଳାଳିଙ୍କ ତାଲିକାରେ ସାମିଲ୍ ଥିଲେ। ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବିଶ୍ଵ କପ୍‌ ଦଳରୁ ବାଦ୍ ପଡିବାର ଦ୍ଵାର ଦେଶରେ ରହିଛନ୍ତି।

Related Posts