ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି ପୁଣି ପରିବାର ଅଦାଲତରେ ହାଜର ହୋଇଛନ୍ତି ଷ୍ଟାର ଦମ୍ପତି । ଅନୁଭବଙ୍କ ଆଇନଜୀବୀଙ୍କୁ ସମସ୍ତ ଦସ୍ତାବିଜ୍‌ ପ୍ରଦାନ କରିବାକୁ ବର୍ଷାଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣା ପଡିଛି।

ତେବେ ଗତ ୨୭ ତାରିଖରେ ପରିବାର ଅଦାଲତ ବିଚାରପତି ପୁଣି ମଧ୍ୟସ୍ଥତା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ଉଭୟଙ୍କୁ ପରିବାର ଅଦାଲତରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ । ଗତ ୨୭ ତାରିଖର କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ହାଜର ହୋଇଥିଲେ ଅନୁଭବ ଓ ବର୍ଷା।