ହାଇଦ୍ରାବାଦ: ‘ହିଜାବ୍‌’କୁ ନେଇ ଏବେ ସାରା ଦେଶରେ ଦେଖାଦେଇଛି ବିବାଦ । ମାମଲା ଏବେ ସୁପ୍ରିମକୋର୍ଟର ରେ ଚାଲିଥିବା ବେଳେ, ସେପଟେ ଏହି ମାମଲାକୁ ନେଇ ରାଜନୀତି ଜାରି ରହିଛି । ସେପଟେ ହିଜାବ ପ୍ରଗତିହୀନତାକୁ ଦର୍ଶାଉଛି ଏବଂ ସଂଖ୍ୟାଲଘୁ ମହିଳାମ‌ାନଙ୍କ ଦେଶର ଉନ୍ନତିରେ ଅବଦାନ ଅଛି କି, ନାହିଁ ବୋଲି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ହାଇଦ୍ରାବାଦର ସାଂସଦ ଅସାଦୁଦ୍ଦୀନ୍‌ ଅୱେସୀ କହିଛନ୍ତି, ସଂଖ୍ୟାଲଘୁ ମହିଳାମାନେ ମୁଣ୍ଡ ଆବୃତ କରିବାକୁ ଚାହାନ୍ତି, ଏହାର ଅର୍ଥ ନୁହେଁ ଯେ, ସେମାନେ ସେମାନଙ୍କ ବୁଦ୍ଧିମତାକୁ ଢାଙ୍କି ଦେଉଛନ୍ତି। ସେମାନେ କହୁଛନ୍ତି, ‘ହିଜାବ୍‌’ ପିନ୍ଧିବାକୁ ସଂଖ୍ୟାଲଘୁମାନେ ଛୋଟ ଛୋଟ ପିଲାଙ୍କୁ ବାଧ୍ୟ କରୁଛନ୍ତି। ଆମେ କ’ଣ ଆମ ବାଳିକାମାନଙ୍କୁ ବାଧ୍ୟ କରୁଛନ୍ତି?

ହାଇଦ୍ରାବାଦ ଆସିଲେ ଆପଣମାନେ ଜ‌ାଣିପାରିବେ ଅଧିକାଂଶ କୁଖ୍ୟାତ ଡ୍ରାଇଭର୍‌ ହେଉଛନ୍ତି ଭଉଣୀମାନେ। ତାଙ୍କ ପଛରେ ଗାଡ଼ି ଚଳାଇବେ ନାହିଁ। ଏକଥା ମୁଁ ନିଜ ଅଭିଜ୍ଞତାରୁ କହୁଛି। ସତର୍କ ରହିବାକୁ ମୁଁ ମୋ ଡ୍ରାଇଭର୍‌କୁ କହେଁ। ହେଲ୍‌ମେଟ୍‌ ପିନ୍ଧି ସେମା‌ନଙ୍କ ଗାଡ଼ି ପଛରେ ବସିଲେ ଆପଣ ଜାଣିପାରିବେ ସେମାନଙ୍କୁ ବାଧ୍ୟ କରାଯାଉଛି ନା, ନାହିଁ ବୋଲି ସେ କହିଛନ୍ତି।

ଅୱେସୀ ପୁଣି ମଧ୍ୟ କହିଛନ୍ତି, ବାଳିକାମାନଙ୍କୁ ଭୟଭୀତ କରାଉଛୁ ବୋଲି ସେମାନେ କହୁଛନ୍ତି। ଆଜିରେ ଯୁଗରେ ଡରୁଛି କିଏ?

କର୍ଣ୍ଣାଟକ ‘ହିଜାବ୍‌’ ବିବାଦ ନିଷେଧାଶ ପ୍ରତି ଇଙ୍ଗିତ କରି ସେ କହିଛନ୍ତି, ହିନ୍ଦୁ, ଶିଖ୍‌ ଏବଂ ଖ୍ରୀଷ୍ଟିଆନ୍‌ ଶିକ୍ଷାର୍ଥୀମାନେ ସେମାନଙ୍କ ଧାର୍ମିକ ପୋଷାକ ପିନ୍ଧି ଶ୍ରେଣୀଗୃହକୁ ଯିବାକୁ ଅନୁମତି ପାଉଥିବା ବେଳେ ସଂଖ୍ୟାଲଘୁମାନଙ୍କୁ ଅଟକା ଯାଉଛି। ସଂଖ୍ୟାଲଘୁ ଶିକ୍ଷାର୍ଥୀଙ୍କ ପ୍ରତି ସେମାନଙ୍କର କି ଧାରଣା? ସେମାନେ ଭାବୁଛନ୍ତି ସଂଖ୍ୟାଲଘୁମାନେ ସେମାନଙ୍କଠାରୁ ନିମ୍ନ ବର୍ଗର।

ଜଣେ ‘ହିଜାବ୍‌’ ପରିଧାନକାରିଣୀ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ମୁଁ କହିଲାରୁ ଅନେକ ଲୋଙ୍କର ମୁଣ୍ଡ ଓ ପେଟ ବ୍ୟଥା ହେଲା। ମୁଁ କାହିଁ କି ଏ କଥା ନ କହନ୍ତି। ଏହା ମୋର ଅଭିଳାଷ। ଏଥିରେ ଭୁଲ୍‌ ରହିଲା କ’ଣ? କିନ୍ତୁ, ସେମାନେ କହୁଛନ୍ତି ‘ହିଜାବ୍‌’ ନ ପିନ୍ଧିବା ଉଚିତ। ତା’ହେଲେ କ’ଣ ପିନ୍ଧିବେ? ‘ବିକିନି’? ତା’କୁ ପିନ୍ଧିବା ଅଧିକାର ମଧ୍ୟ ଜଣକର ଅଛି। ମୋ ଝିଅମାନଙ୍କର ‘ହିଜାବ୍‌’ ଉତାରି ମୋ ଦାଢ଼ି ଖିଅର କରିବାକୁ ସେମାନେ ଚାହୁଁଛନ୍ତି କାହିଁକି?