ବିଶ୍ବର ଶ୍ରେଷ୍ଠ ୧୦ ଜଣ ସୁନ୍ଦର ମହିଳା ତାଲିକାର ନବମ ସ୍ଥାନରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ଅଭିନୟ ଓ ସୁନ୍ଦରତା ପାଇଁ ସେ ବେଶ୍ ସୁପରିଚିତ । ନିଜ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରିଛନ୍ତି । ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀ ଭାବେ ବିବେଚନା କରାଯାଏ। ସେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ।

‘ଓମ ଶାନ୍ତି ଓମ’ ସହିତ ତାଙ୍କ ଫିଲ୍ମ ମାଧ୍ୟମରେ କ୍ୟାରିଅର୍‌ ଆରମ୍ଭ କରିଥିବା ଦୀପିକା ଅନେକ ସୁପର-ଡୁପର ହିଟ ଫିଲ୍ମ ଦେଇଛନ୍ତି ଏବଂ ତାଙ୍କର ଦୃଢ ଅଭିନୟ ଆଧାରରେ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।

ଦୀପିକା ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବହୁତ ଆଗରେ ଅଛନ୍ତି। ବଲିଉଡର ଡିଭା ଦୀପିକା ମଧ୍ୟ ଦୁନିଆର ଶ୍ରେଷ୍ଠ ୧୦ ଜଣ ସୁନ୍ଦର ମହିଳା ତାଲିକାରେ ସ୍ଥାନ ପାଇଛନ୍ତି।

ସାଇନ୍ସ ମୁତାବକ,ଯୋଡି କୋମରଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଘୋଷିତ କରାଯାଇଛି। ଏଥି ସହିତ ବିୟୋନ୍ସ ଏବଂ କିମ କାରଦିସିୟାନ ମଧ୍ୟ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହେଉଛନ୍ତି ଏକମାତ୍ର ଭାରତୀୟ ଅଭିନେତ୍ରୀ ଯିଏକି ଦୁନିଆର ୧୦ଟି ସୁନ୍ଦର ମହିଳା ତାଲିକାରେ ଅନ୍ତର୍ଭୁକ୍ତ। ଏହି ତାଲିକାରେ ଦୀପିକା ନବମ ସ୍ଥାନରେ ଅଛନ୍ତି। ଏହି ତାଲିକା ଜଣେ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି।

Related Posts