ଉପନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଧାମନଗରର ସବୁ ଏସଏଚଜି ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ କରାଯାଉ: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନରେ ଅର୍ଥ କାରବାର ନେଇ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ବିଜେପି ଅଭିଯୋଗ କରିଛି ଯେ, ଧାମନଗରର ଏସଏଚଜି ମାନଙ୍କ ମାଧ୍ୟମରେ ଶାସକଦଳ ଟଙ୍କା ବାଣ୍ଟିବାକୁ ପ୍ରୟାସ କରୁଛି। ଏଥିପାଇଁ ଏବେ ସମସ୍ତ ଏସଏଚଜିର ବ୍ୟାଙ୍କ୍ ଆକାଉଣ୍ଟ ସଂଗ୍ରହ କରାଯାଉଥିବା ଜଣାପଡିଛି। ତେଣୁ ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଧାମନଗରର ସମସ୍ତ ଏସଏଚଜି ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ କରାଯାଉ ବୋଲି ଲେଖାଶ୍ରୀ କହିଛନ୍ତି। ଏହାସହିତ ଧାମନଗରରେ ସମସ୍ତ ଏମବିକେ ଓ ସିଆରପିଙ୍କୁ ଏକାଠି କରି ଟଙ୍କା ବାଣ୍ଟିବାକୁ ଶାସକ ଦଳ ପ୍ରୟାସ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ତେବେ ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପଦକ୍ଷେପ ନେବାକୁ ସିଇଓ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ପଦକ୍ଷେପ ନ ନେଲେ ଏନେଇ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Related Posts