ଜୟପୁର : ରାଜସ୍ଥାନର ଅଶୋକ ଗେହଲଟ ସରକାରର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରସାଦି ଲାଲ ମୀନା ଏବେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି।
ଲାଲସୋଟ ସହରର ବାଗଡି ଗ୍ରାମରେ ସିଏଚ୍ସି ବିଲଡିଂ ସମେତ ଅନେକ ଯୋଜନାର ମୂଳଦୁଆ ପକାଇବାବେଳେ ସେ ଏହା କହିଥିଲେ।
କଂଗ୍ରେସର ଭାରତ ଯୋଡୋ ଯାତ୍ରା ପାଇଁ ସେ ରାହୁଲଙ୍କୁ ବହୁତ ପ୍ରଶଂସା କରି କହିଛନ୍ତି, ରାହୁଲ ଗାନ୍ଧୀ ପ୍ରଭୁ ରାମଙ୍କ ଅପେକ୍ଷା ଅଧିକ ଚାଲିବେ। ତ୍ରେତୟା ଯୁଗରେ ପ୍ରଭୁ ରାମ ମଧ୍ୟ ବନବାସ ସମୟରେ ଏତେ ଦୂର ଯାତ୍ରା କରିନାହାଁନ୍ତି। ଭଗବାନ ରାମ ଅଯୋଧ୍ୟାରୁ ଶ୍ରୀଲଙ୍କାକୁ ପାଦରେ ଯାଇଥିଲେ। ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଯିବେ। ଦେଶରେ ସାମ୍ପ୍ରଦାୟିକତାର ପରିବେଶ ସୃଷ୍ଟି ହୋଇଛି। ରାହୁଲ ଦେଶକୁ ଏକଜୁଟ କରିବାକୁ କାର୍ଯ୍ୟ କରୁଛନ୍ତି।
