ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ବୈଶାଳୀ ଟକ୍କରଙ୍କ ଆତ୍ମହତ୍ୟା ପରେ ତାଙ୍କ ପୂର୍ବତନ ପ୍ରେମିକ ରାହୁଲ ନାଭଲାନୀ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ସେ ବୈଶାଳୀଙ୍କ ସହିତ ସମ୍ପର୍କ ରଖିଥିବା ବେଳେ ଉକ୍ତ ଘଟଣାକୁ ନେଇ ରାହୁଲ ସବୁବେଳେ ତାଙ୍କୁ ବ୍ଲାକ୍‌ମେଲ୍ କରୁଥିଲେ। ସେ ବୈଶାଳୀଙ୍କୁ ବିବାହ ହେବାକୁ ମଧ୍ୟ ଦେଉନଥିଲେ। ଟିଭି ଅଭିନେତ୍ରୀ ବୈଶାଳୀ ଟକ୍କର ଅକ୍ଟୋବର ୧୫ ତାରିଖରେ ଆତ୍ମହତ୍ୟା କରିଥିଲେ। ତେବେ ମୃତ୍ୟୁ ପୂର୍ବରୁ ସୁଇସାଇଡ୍ ନୋଟ୍‌ରେ ଏସବୁ ଘଟଣା ବିଷୟରେ ସେ ଲେଖିଯାଇଥିଲେ । ଯାହାକୁ ଆଧାର କରି ତାଙ୍କ ପୁରୁଷ ବନ୍ଧୁ ରାହୁଲ ନାଭଲାନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ନାଭଲାନୀଙ୍କ ସହ ବୈଶାଳୀଙ୍କ ସମ୍ପର୍କ ବିଷୟରେ ଅଭିନେତ୍ରୀଙ୍କ ପରିବାର ଜାଣିଥିବା ପୋଲିସ କହିଛି ।

ତେବେ ବୈଶାଳୀଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ନାଭଲାନୀ ବୈଶାଳୀଙ୍କ ବିଷୟରେ ଗୁଜବ ପ୍ରଚାର କରୁଥିଲେ। ବୈଶାଳୀଙ୍କ ପରିବାରର ସୂଚନା ଅନୁସାରେ, ଅଭିନେତ୍ରୀଙ୍କ ବାହାଘର ଯେଉଁଠି ଠିକ୍ ହେଉଥିଲା ରାହୁଲ ସେଇ ପୁଅ ପାଖକୁ ବୈଶାଳୀଙ୍କ ଭିଡିଓ ଓ ଫଟୋ ଶେୟାର କରିଦେଉଥିଲେ। ସବୁବେଳେ ବ୍ଲାକ୍‌ମେଲ୍ ହେବା କାରଣକୁ ବୈଶାଳୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ହିନ୍ଦୀ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ ବୈଶାଳୀ। ଅକ୍ଟୋବର ୧୮ ତାରିଖରେ ସେ ଆତ୍ମହତ୍ୟା କରିଥିଲେ। ତେବେ ତାଙ୍କର ଆତ୍ମହତ୍ୟାର ଖବର ପରେ ଟିଭି ଧାରାବାହିକ ଜଗତକୁ ସ୍ତବ୍ଧ କରିଦେଇଥିଲା। ଆତ୍ମହତ୍ୟା ସ୍ଥାନରୁ ବୈଶାଳୀଙ୍କ ସୁଇସାଇଡ ନୋଟ୍ ମିଳିବା ପରେ ଏହାକୁ ନେଇ ପୋଲିସ ନିଜର ତଦନ୍ତ ଜାରି ରଖିଛି।