ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରକେଲ ଗାଁରେ ଘଟିଛି ଏକ ବଡ଼ ଅଘଟଣ । ବିଦ୍ୟୁତ ଆଘାତରେ ଚାଲିଯାଇଛି ମାଆ ଓ ପୁଅର ଜୀବନ। ମୃତ ମହିଳାଙ୍କ ଅଞ୍ଜଳି ବାଗଙ୍କ ୩୨ ବର୍ଷ ହୋଇଥିବା ବେଳେ ପୁଅର ବୟସ ଆଠ ମାସ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ମୂଷା କାଟିଦେଇଥିବାରୁ ବିଦ୍ୟୁତ ତାର ଗୋଦ୍ରେଜ୍ ଉପରେ ପଡିଥିଲା । ଯାହାକି ମହିଳା ଜଣଙ୍କ ଜାଣିପାରିନଥିଲା । ଛୋଟ ପୁଅକୁ କାଖରେ ଧରି ଗୋଦ୍ରେଜ୍ର ଖୋଲିବାକୁ ଉଦ୍ୟମ କରିଥିଲା । ହେଲେ ବିଦ୍ୟୁତ୍ ସଂପର୍ଶରେ ଆସିଯାଇଥିଲେ ଉଭୟ ମାଆ ଓ ପୁଅ । ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଶାଶୁ ଘରେ ଥିବା ବେଳେ ବାରିପଟକୁ କୌଣସି କାମରେ ଯାଇଥିଲେ । ଘରକୁ ଆସି ଦେଖିଲା ପରେ ପୁଅକୁ ଖବର ଦେଇଥିଲା ।
ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେଶୋକାକୁଳ ପରିବେଶ ଖେଳି ଯାଇଛି ।
