ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜିଟେକ୍ସ ଓସିନେର ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ଏମଡ଼ି ଜୟଦୀପ ରାହା ଗିରଫ । ଜୟଦୀପଙ୍କୁ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁ ଗିରଫ କରିଛି। ଦକ୍ଷିଣ ଚବିଶ ପ୍ରଗଣାର ଚିଫ ଜୁଡ଼ିଆସିଆଲ ପାଖରେ ହାଜର କରି ଟ୍ରାଞ୍ଜିଟି ରିମାଣ୍ଡରେ ଆଣିଛି ଇଓଡ଼ବ୍ଲ୍ୟୁ।

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ସୁବାସ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିକରି ଇଓଡ଼ବ୍ଲ୍ୟୁ ମାମଲା ରୁଜୁ ହୋଇଥିଲା। ୨୦୧୦ ରୁ ୨୦୧୪ ମଧ୍ୟରେ ୨ କୋଟି ୬୨ ଲକ୍ଷ ଟଙ୍କା ଓଡ଼ିଶାର ୧୯୬୮ ଜଣ ଜମାକାରୀଙ୍କ ଠାରୁ ଟଙ୍କା ନେଇଥିଲେ। କଲିକତାର ଆମ୍ବିସିଅସ ଡାଇଭର୍ସି ପ୍ରୋଜେକ୍ଟ ମ୍ୟାମେଜମେଣ୍ଟ ଲିମିଟେଡ଼ ଓ ୟାକ ଇଣ୍ଡିଆ ମଲ୍ଟିଷ୍ଟେଟ ନାମରେ ଟଙ୍କା ଆଦାୟ ହୋଇଥିଲା । ଅଧିକ ଲାଭର ଲୋଭ ଦେଖାଇ ଟଙ୍କା ଆଦାୟ କରି ଠକେଇ କରିଥିଲେ। ଏହି ଦୁଇ ସଂସ୍ଥାରୁ ୧ କୋଟି ୮୩ ଲକ୍ଷ ଟଙ୍କା ଜିଟେକ୍ସ ଓସିନେର ସଂସ୍ଥାକୁ ଟ୍ରାନ୍ସଫର ହୋଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

ଜିଟେକ୍ସ ଓସିନେର ସଂସ୍ଥାର ଏମଡ଼ି ହେଉଛନ୍ତି ଜୟଦେବ ରାହା । ପଶ୍ଚିମବଙ୍ଗରେ ଏହି କମ୍ପାନୀ ନାମରେ ପୂର୍ବରୁ ୩ଟି ମାମଲା ରୁଜୁ ହୋଇଛି। ପୂର୍ବରୁ ଏହି ଠକେଇ ମାମଲାରେ ଜଣେ ଏମଡ଼ି ଓ ୩ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା ଇଓଡ଼ବ୍ଲ୍ୟୁ।