ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୪ ଲକ୍ଷ ଟଙ୍କାର ଏକ ବିଲ୍ କରାଇବାକୁ ଠିକାଦାରଙ୍କ ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ତିଲେଇବଣି ବ୍ଲକର କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ପୌର ପରିଷଦର ଏକ ଠିକା କାମର ୪ ଲକ୍ଷ ଟଙ୍କା ବିଲ କରାଇବାକୁ ଠିକାଦାର କଳିତ କୁମାର କରଙ୍କୁ ୧୦ ହଜାର ଦାବି କରିଥଲେ । ଏ ନେଇ ଶ୍ରୀ କର ଦେବଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।
ତେବେ ଆଜି ଠିକାଦାର ଶ୍ରୀ କରଙ୍କ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଘରେ ତାଙ୍କୁ ୮୦୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ଶ୍ରୀ ସାହୁଙ୍କୁ ଗିରଫ କରିଛି ଦେବଗଡ଼ ଭିଜିଲାନ୍ସ । ଡିଏସପି ଯୋଗେଶ ପଟେଲ ଓ ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଶ୍ରୀ ସାହୁଙ୍କ ପୁରୁଣାଗଡ଼ ସ୍ଥିତ ବାସ ଭବନ, କାର୍ଯ୍ୟାଳୟ ଓ କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ କେନ୍ଦୁପାଲିସ୍ଥିତ ବାସ ଭବନରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।
