ଗଞ୍ଜାମ: ଆଗକୁ ଆସୁଛି ଦୀପାବଳୀ । ବାଣ ବିକ୍ରି ଓ ପ୍ରସ୍ତୁତି କୁ ନେଇ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିବା ବେଳେ, ପୋଲିସ ୪୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ ।

ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଉପରେ ଅତର୍କିତ ଚଢ଼ାଉ କରିଛି ପୋଲିସ । ଚଢ଼ାଉ ବେଳେ ୪୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣକୁ ପୋଲିସ ଜବତ କରିଛି ।

ଏହି ଘଟଣାରେ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ବ୍ୟବସାୟୀ ହୃଦାନନ୍ଦ ନାୟକ ଗିରଫ ହୋଇଛନ୍ତି ।

ଏହା ସହ ୧୦ ଜଣ ଫେରାର ହୋଇଥିବା ଜଣାପଡ଼ିଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମିଳିତ ଚଢ଼ାଉରେ ୫ ଟି ଟିମ କରି ବାଣ ପ୍ରସ୍ତୁତି ଓ ବିକ୍ରୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ଫେରାର ହୋଇଥିବା ୧୦ ଜଣଙ୍କୁ ଧାିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।