ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜାତୀୟ ପ୍ରବକ୍ତା ଜମାଲ ସିଦ୍ଦିକିଙ୍କୁ ମିଳିଲା ହତ୍ୟା ଧମକ। ସିଦ୍ଦିକ ଆର୍ଏସ୍ଏସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ତାଙ୍କୁ ଚିଠି ଲେଖି ଏଭଳି ଧମକ ଦିଆଯାଇଛି। ତାଙ୍କର ନାଗପୁର ଅଫିସ୍କୁ ଏକ ଧମକ ପୂର୍ଣ୍ଣ ଚିଠି ଆସିଛି। ଦୁଇଟି ପାରାଗ୍ରାଫ୍ରେ ଲଖାଯାଇଥିବା ଏହି ଚିଠିରେ କୁହାଯାଇଛି ‘ରସୁଲ ଏକ ପାକ୍ କି ଶାନ୍ ମେ ସିର୍ ତନ୍ ସେ ଜୁଦା।’
ଏହି ଚିଠିରେ ସିଦ୍ଦିକ ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳର ଫଟୋ ମଧ୍ୟ ରହିଛି। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ଜମାଲ ସିଦ୍ଦିକି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ କିଛିଦିନ ତଳେ ସେ ଆର୍ଏସ୍ଏସ୍ର ଗୁରୁପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିପାଇଁ ତାଙ୍କୁ ଏଭଳି ଧମକ ଦିଆଯାଇଛି।
ନାଗପୁର ସକ୍କରାଦାର ପୁଲିସ ଷ୍ଟେସନ୍ରେ ଏନେଇ ଅଭିଯୋଗ କରିଛନ୍ତି ସିଦ୍ଦିକି। ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁର ଅସନ୍ତୋଷ ଚରମପନ୍ଥୀମାନେ ଏହି ଧମକ ଦେଇଛନ୍ତ ବୋଲି ସିଦ୍ଦିକ ଅଭିଯୋଗ କରିଛନ୍ତି।
ତେବେ ଏହି ଧମକପୂର୍ଣ୍ଣ ଚିଠିକୁ ନେଇ ସିଦ୍ଦିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏଭଳି ଚିଠି ପାଇ ମୁଁ ଆଦୌ ଭୟବିତ ନୁହେଁ। ବିଜେପି ସଦସ୍ୟ ଭାବେ ମୁଁ ଦେଶର ସ୍ୱାର୍ଥ ଓ ସମଜାର ମଙ୍ଗଳ ପାଇ ନିରନ୍ତର କାମ ଜାରି ରଖିବି ବୋଲି ସେ କହିଛନ୍ତି।
