ନୁଆଦିଲ୍ଲୀ: ବ୍ରିଟେନକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେଲେ ୟୁକେର ନୂତନ ପ୍ରଧାନମନ୍ତ୍ରୀ। ସୁନକ ପେନି ମୋର୍ଡାଣ୍ଟକୁ ହରାଇ ନିର୍ବାଚନରେ ବିଜୟ ହାସଲ କରିଛନ୍ତି।
ଋଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ପେନି ମୋର୍ଡାଣ୍ଟ ତାଙ୍କଠୁ ବହୁ ପଛରେ ରହିଥିଲେ। ମୋର୍ଡାଣ୍ଟ ନିଜ ନାଁ ପ୍ରତ୍ୟାହାର କରିବା ପରରେ ସୁନକ ୟୁକେର ପ୍ରଧାନମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଥିଲା।ସେ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ପଦ ପାଇଁ ରନର ଅପ୍ ରୁ ଫ୍ରଣ୍ଟ ରନର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ପିଏମ ପଦକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ରେସରୁ ଓହରି ଯାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । କଞ୍ଜରଭେଟିଭ ପାର୍ଟିର ଦୁଇ ନେତା ବୋରିସ ଓ ଋଷି ପିଏମ ପଦ ପାଇଁ ଦାବିଦାର ହୋଇପାରନ୍ତି ବୋଲି ଚର୍ଚ୍ଚା ଜାରି ରହିଥିଲା ।
