
ଟାଙ୍ଗୀ: ପୁଣି ଆଖି ବୁଜିଲା ଆଉ ଏକ ଦନ୍ତାହାତୀ । ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧୀନରେ ଥିବା ପଟିଆ-ମାଳ ଜଙ୍ଗଲ ଫରେଷ୍ଟ ବିଟ୍-ହାଉସ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ଟାଙ୍ଗୀ ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଥିବା ବେଳେ, ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଞ୍ଚଳର ପଟିଆ-ମାଳ ଜଙ୍ଗଲରେ ଏବେ ୧୩ଟି ଜଙ୍ଗଲି ହାତୀ ଥିବା ଟାଙ୍ଗୀ ବନ ବିଭାଗ ପକ୍ଷରୁ କୁହାଯାଇଛି।
ଦନ୍ତାହାତୀର ମୃତଦେହକୁ ଡାକ୍ତରୀ ଦଳ ବ୍ୟବଛେଦ କରିଛନ୍ତି। ଏହାର ରିପୋର୍ଟ ଆସିବା ହାତୀ ମୃତ୍ୟୁର କାରଣ ପରେ ସ୍ପଷ୍ଟ ହେବ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି। ମୃତ ହାତୀଟି ଗତ କିଛି ଦିନ ହେବ ଅସୁସ୍ଥ ଥିଲା। ମାତ୍ର ହାତୀ ପଲଙ୍କ ମଧ୍ୟରେ ମୃତ ହାତୀଟି ଥିବାରୁ ତା’ର ଚିକିତ୍ସା ସମ୍ଭବ ହୋଇନଥିଲା।