ଚଣ୍ଡିଗଡ଼ : ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିମାଡ଼ । ପଞ୍ଜାବ ଅମୃତସରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏହି ଗୁଳିମାଡ଼ ହୋଇଛି । ସୁରୀଙ୍କୁ ୨ଟି ଗୁଳି ବାଜିଛି। ତାଙ୍କୁ ତୁରନ୍ତ ଅମୃତସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।
ଅନ୍ୟପଟେ ତାଙ୍କୁ ଗୁଳିକରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏଥିସହ ତାଙ୍କଠାରୁ ଉକ୍ତ ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଯୁବକ ଜଣଙ୍କ ସନ୍ଦୀପ ବୋଲି ଜଣାପଡ଼ିଛି। ତେବେ ସେ କାହିଁକି ଏବଂ କିଏ ସୁରୀଙ୍କୁ ମାରିବା ପାଇଁ ସୁପାରୀ ଦେଇଥିଲା ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।
ସୂଚନା ମୁତାବକ, ଗତ କିଛି ଦିନରୁ ସୁଧୀରଙ୍କ ଉପରେ ଆକ୍ରମଣ ନେଇ ଯୋଜନା କରାଯାଉଥିଲା। ପୋଲିସ ଗତ ମାସରେ କିଛି ଗ୍ୟାଙ୍ଗଷ୍ଟାରଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତମାନେ ଆକ୍ରମଣ ଯୋଜନା ନେଇ ପୋଲିସକୁ ସୂଚନା ଦେଇଥିଲେ।
