କରଞ୍ଜିଆ: ଗାଁ ରେ ଲାଗିଲା ୧୪୪ ଧାରା । ବାଲି ଚୋରା ଚାଲାଣ ରୋକିବାକୁ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଉପ-ଜିଲ୍ଲାପାଳ । ଏନେଇ ୧୪୫ ଧାରା ଲଗାଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ରହିଛି ଶୁକୃଳି ବ୍ଲକରେ ଦିନକୁ ଦିନ ବାଲି ଚୋରା ଚାଲାଣ ବଢୁଥିବା ବେଳେ ଏହାକୁ ଦମନ କରିବାକୁ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବାଲି ମାଫିଆଙ୍କୁ ରୋକିବା ପାଇଁ କରଞ୍ଜିଆ ଉପ-ଜିଲ୍ଲାପାଳ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶୁକୃଳି ବ୍ଲକ ଅନ୍ତର୍ଗତ ଅସ୍କିପାଳ ଏବଂ ଗମ୍ଭାରୀଆପାଳ ଗାଁ ନିକଟରେ ବୋହିଯାଇଥିବା ଭଣ୍ଡନ ନଦୀ କୂଳର ଦୁଇଟି ପ୍ଲଟରେ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବାରୁ ଏହାକୁ ରୋକିବା ପାଇଁ ଅସ୍କିପାଳ ଏବଂ ଗମ୍ଭାରୀଆପାଳ ଗାଁର ଦୁଇଟି ପ୍ଲଟରେ ପ୍ରଶାସନ ନାଲି ଫିତା ଟାଙ୍ଗିବା ସହିତ ଦୁଇ ମାସ ପାଇଁ ଲାଗିଲା ୧୪୪ ଧାରା ଜାରି କରିଛି ।

ଏହି ଦୁଇ ଗାଁରେ ଶୁକୃଳି ତହସିଲଦାର ଜ୍ୟୋସ୍ନାରାଣୀ ନାୟକ ଏବଂ ରରୁଆ ଥାନା ଅଧିକାରୀ ଦୟାନିଧି ଦାସ ପହଂଚି ନାଲି ଫିତା ଟାଙ୍କିବା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ୧୪୪ ଧାରା ଜାରି ହେବା ନେଇ ଗାଁ ଲୋକଙ୍କୁ ସୂଚନା ଦେଇଛନ୍ତି ।