ବ୍ରହ୍ମପୁର : ଗୋପାଳପୁର ପୋଲିସକୁ ମିଳିଲା ବଡ଼ ସଫଳତା । ବେଆଇନ୍‌ ଗୁଟ୍‌ଖା ପ୍ରସ୍ତତି ୟୁନିଟ୍‌ ଉପରେ ଚଢାଉ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ମାଣ୍ଡିଆପଲ୍ଲୀ ଠାରେ ଥିବା ଗୁଟ୍‌ଖା ପ୍ରସ୍ତୁତି ଉପରେ ଚଢାଉ ହୋଇଛି । ଏଠାରୁ ବିପୁଳି ପରିମାଣର ଗୁଟଖା ଜବତ କରିଛି ଗୋପାଳପୁର ପୋଲିସ ।

ଏହାସହିତ ଦୁଇଟି ମେସିନ ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେବେ ଏଠାରେ ବେଆଇନ୍‌ ଭାବେ ଗୁଟ୍‌ଖା ପ୍ରସ୍ତତି ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା ଗୋପାଳପୁର ଥାନା ପୋଲିସ । ଏହା ପରେ ଉକ୍ତ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଗୁଟ୍‌ଖା ଜବତ କରିଛି । ଏହାସହିତ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ପୋଲିସ । ଏହି ଘଟଣା ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ କରୁଛି ପୋଲିସ ।