ଟିକିରି: ରାୟଗଡ଼ା ଜିଲ୍ଲା କାଶିପୁର ପୁଲିସ କୁ ସଫଳତା । ହେଲମେଟ୍ ତଦାରଖ ସମୟରେ ଗୋଟିଏ ବାଇକରୁ କାଶିପୁର ସ୍ଥିତ ହନୁମାନ ମନ୍ଦିର ନିକଟରୁ ସହ ଗୋଟିଏ ବସ୍ତା ସହ ବ୍ୟାଗରୁ ୨୧ କିଲୋ ୮୬୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।
ଏହାର ମୂଲ୍ୟ ପ୍ରାୟ ଦୁଇଲକ୍ଷ ପଦର ହଜାର ଟଙ୍କା ହେବ ବୋଲି କାଶିପୁର ଥାନା ଅଧିକାରୀ ପଦ୍ମା ମୁଥୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ଯଦୁମଣି ନାଏକ ଓ କିମେଲ୍ ମାଝିକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।
