ଉଦଳା : ଉଦଳା ପୋଲିସକୁ ସଫଳତା । ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ । ଏହାସହିତ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୩ଜଣ ଅମ୍ବିକାଦେଇପୁର ଅଞ୍ଚଳର ସୁମିତ୍ରା ହାଁସଦା , ଜଗଦୀଶ ହେମ୍ରମ୍‌ ଏବଂ ଦୁର୍ଗୀଚରଣ ହାଁସଦା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଉଦଳା ପୋଲିସ ଅମ୍ବିକାଦେଇପୁର ଅଞ୍ଚଳରେ ଚଢାଉ କରିଥିଲା । କାରାଖାନାରେ ଚୋରାରେ ମଦ ପ୍ରସ୍ତୁତ ଚାଲିଥିବା ବେଳେ ଚଢାଉ କରିଛି ପୋଲିସ । ଏହି ଚଢାଉରେ ୫ ହଜାର କିଲୋରୁ ଅଧିକ ପୋଚ ନଷ୍ଟ କରିଥିବା ବେଳେ ୨ ଶହ ଲିଟର ଦେଶୀ ମଦ ଜବତ କରିଛି । ଏହାସହିତ ମଦ କାରବାରରେ ସଂପୃକ୍ତ ଥିବା ଜଣେ ମହିଳା ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏହାବ୍ୟତୀୟ ୨ ଗୋଟି ବାଇକ୍‌ ମଧ୍ୟ ଜବତ ହୋଇଛି । ସେହିପରି ମଦ ତିଆରିରେ ବ୍ୟବହୃତ ହାଣ୍ଡି ଏବଂ ଶହେରୁ ଅଧିକ ଡ୍ରମ୍‌ ଜବତ କରିଛି ପୋଲିସ ।