ଉଦଳା ଥାନା କାଶୀକୁଣ୍ଡଳ ଗାଁରେ ଅଘଟଣ: ପୁଅର ଗୁଳି ମାଡରେ ବାପାର ମୃତ୍ୟୁ

ଉଦଳା: ଉଦଳା ଥାନା କାଶୀକୁଣ୍ଡଳ ଗ୍ରାମରେ ଘଟିଛି ଅଘଟଣ। ପୁଅର ଗୁଳି ମାଡରେ ଚାଲିଯାଇଛି ବାପାର ଜୀବନ। ମୃତକ ବାପା ଟିଲୁ ନାଏକ । ଘରୋଇ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ତେବେ ହତ୍ୟା ପରେ ଅଭିଯୁକ୍ ପୁଅ କୈଳାସ ନାଏକ ଫେରାର ହୋଇଯାଇଛି ।

ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅର ବନ୍ଧୁକ ଜବତ କରିଛି ପୋଲିସ । ସେପଟେ ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Related Posts