ପାରାଦୀପରେ ଜରାଶ୍ରମ ସଭାପତିଙ୍କୁ ନିର୍ମମ ହତ୍ୟା, ହତ୍ୟା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାରାଦୀପ ଗଡ଼ ରତ୍ନମାଳୀ ଜେମା ଜରାଶ୍ରମର ସଭାପତି ସନ୍ତୋଷ ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସେହି ଜରାଶ୍ରମର ଜଣେ କର୍ମଚାରୀ ତାଙ୍କୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସନ୍ତୋଷଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା।

ମିଳିଥିବାସୂଚନା ଅନୁସାରେ, ସନ୍ତୋଷଙ୍କୁ ହତ୍ୟା କରିବା ପରେ ଲୋକେ କୀର୍ତ୍ତନକୁ କାବୁ କରିଥିଲେ। ଏହା ପରେ ସେ ପାଖରେ ରଖିଥିବା ସାର ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତାକୁ ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ହେଲେ ଅଧିକ ଚିକିତ୍ସା ପାଇଁ ତାକୁ ଅନ୍ୟତ୍ର ପଠାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

ତେବେ ଏହି ହତ୍ୟାକାଣ୍ଡ ନେଇ ପାରାଦୀପ ଏଏସ୍‌ପି ନିମାଇଁ ଚରଣ ସେଠୀ କହିଛନ୍ତି ଯେ, କୀର୍ତ୍ତନ ଘରକୁ ଯିବା ପାଇଁ ସନ୍ତୋଷଙ୍କୁ ଟଙ୍କା ମାଗିଥିଲା। ସନ୍ତୋଷ ତାଙ୍କୁ ଆଉ ଦିନେ ଦୁଇ ଦିନ ଅପେକ୍ଷା କରିବାକୁ କହିଥିଲେ। ପୂର୍ବରୁ ପଇସାପତ୍ର କଥାକୁ ନେଇ କୀର୍ତ୍ତନ ରାଗିକି ଥିଲା। ଆଜି ଦିନ ପ୍ରାୟ ୧୨ଟାରେ ସନ୍ତୋଷ ଶୋଇଥିବା ବେଳେ କୀର୍ତ୍ତନ ଏକ କଟୁରୀରେ ତାଙ୍କୁ ଆକ୍ରମଣ କରିଥିଲା। ସନ୍ତୋଷ ମରିଯିବା ପରେ କୀର୍ତ୍ତନ ସାର ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା।

Related Posts