ଜି-୨୦ ଶିଖର ସମ୍ମିଳନୀ: ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଲି: ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ତେବେ ଏହି ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲି ଗସ୍ତରେ ଥିବା ବେଳେ, ଏଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ସୁନକଙ୍କ ସହ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ସାକ୍ଷାତ। ବ୍ରିଟେନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତୀୟ ମୂଳ ଋଷି ସୁନକ ଅକ୍ଟୋବରରେ ଲିଜ ଟ୍ରସଙ୍କ ଇସ୍ତଫା ପରେ ସେ କଞ୍ଜରଭେଟିଭ ପାର୍ଟିର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫ୍ରାନ୍ସର ନେତା ଇମାନୁଏଲ ମାକ୍ରୋନଙ୍କୁ ମଧ୍ୟ ଭେଟିଥିଲେ।

ଜି -୨୦ ଶିଖର ସମ୍ମିଳନୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଉପରେ ବିରାମ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ କହିଛନ୍ତି। ସେ କହିଛନ୍ତି, ବିଶ୍ୱ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ୟୁକ୍ରେନ-ରୁଷିଆ ଯୁଦ୍ଧ ବିଶ୍ୱର ଅର୍ଥନୀତି ଉପରେ ପ୍ରଭାବ ପକାଇଛି। ଏହି ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ବାଟ ଖୋଜିବାକୁ ହେବ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବିଶ୍ୱରେ ଅର୍ଥନୈତିକ ସଂକଟ ମାଡ଼ିଆସିଥିଲା। ଏହି ସମୟରେ ଅଧିକାଂଶ ଦେଶର ମୁଖ୍ୟମାନେ ଶାନ୍ତି ପଥକୁ ଆପଣାଇଥିଲେ। ଏବେ ସମୟ ଆସିଛି ଆମମାନଙ୍କୁ ମଧ୍ୟ ସେହି ଶାନ୍ତିପଥକୁ ବାଛିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି

Related Posts