ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ବାଲିଯାତ୍ରାରେ ବିଶ୍ଵ ରେକର୍ଡ। ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ସିଏମସି ପକ୍ଷରୁ ଆୟୋଜିତ ଡଙ୍ଗା ତିଆରି କାର୍ଯ୍ୟକ୍ରମରେ ୨୨ ସ୍କୁଲର ୨୧ ସହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ମାତ୍ର ୩୫ ମିନିଟ ସମୟ ମଧ୍ୟରେ ପ୍ରାୟ ୨୨ହଜାରରୁ ଉର୍ଦ୍ଧ କାଗଜ ଡଙ୍ଗା ତିଆରି କରି କଟକ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି।
ମୋଟ ୫୦ଜଣ ଅଫିସିଆଲ୍ ଜୁରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରେକର୍ଡ ପାଇ ଇଂଲଣ୍ଡରୁ ଗିନିଜରୁ ଜଣେ ଜୁରୀ ମଧ୍ୟ ଉପସ୍ଥିତ ଥିଲେ। ବାରବାଟୀ ଷ୍ଟାଡିୟମ ଠାରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ଵ ରେକର୍ଡ ସାର୍ଟିଫିକେଟ ଦେବାକୁ ସ୍ଵତନ୍ତ୍ର ଅତିଥି ଯୋଗ ଦେଇଥିଲେ। ସିଏମସି ମେୟର ସୁବାସ ସିଂ, ଜିଲ୍ଲାପାଳ ଡ଼ଃ.ଭବାନୀ ଶଙ୍କର ଚୟନୀ ଉପସ୍ଥିତ ରହି ଗିନିଜ ୱାର୍ଲ୍ଡ ବୁକ୍ ରେକର୍ଡ ସାର୍ଟିଫିକେଟ ଗ୍ରହଣ କରିଛନ୍ତି।





