ବୌଦ୍ଧ: ବୌଦ୍ଧର ପୂର୍ବତନ ସିପିଆଇ ନେତା ତଥା ୨୦୧୯ କଂଗ୍ରେସ ସମର୍ଥିତ ସିପିଆଇ ବିଧାୟକ ପ୍ରାର୍ଥୀଙ୍କୁ ଗିରଫ କରିଛି ପୋଲିସ । ସିପିଆଇ ନେତା ଅବକାଶ ସାହୁଙ୍କୁ ପୋଲିସ୍ ଉଠାଇନେଇଛି । ତେବେ ପୋଲିସ ତାଙ୍କୁ କାହିଁକି ଗିରଫ ମାରିଛି ସେନେଇ ସଠିକ୍ ତଥ୍ୟ ସାମ୍ନାକୁ ଆସିନାହିଁ ।
ସେ ନିଜ ପରିବାର ସହିତ ଭୁବନେଶ୍ବରରୁ କୁସଙ୍ଗକୁ ଫେରୁଥିବା ସମୟରେ ଆଡେନିଗଡ ଠାରୁ ଉଠାଇ ନେଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ବୌଦ୍ଧ ଉପ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁଙ୍କ ନେତୃତ୍ୱରେ ଏକ ଟିମ୍ ଅବକାଶ ସାହୁଙ୍କୁ ଆଡ଼େନିଗଡ ଫାଣ୍ଡି ନିକଟରେ ଭୁବନେଶ୍ୱରରୁ ପରିବାର ସହ ନିଜ ଗ୍ରାମକୁ ଫେରୁଥିବା ସମୟରେ ଉଠାଇ ନେଇଥିଲେ । ତେବେ ତାଙ୍କୁ ଗିରଫ କରାଯିବା ନେଇ ସେ ନିଜେ ତାଙ୍କର ଫେସବୁକରେ ପୋଷ୍ଟ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ୍ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । କେଉଁ କାରଣରୁ ପୋଲିସ୍ ତାଙ୍କୁ ଉଠାଇଲା ସେ ନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାନାହିଁ । ହେଲେ ପୂର୍ବରୁ ତାଙ୍କ ନାମରେ ବୌଦ୍ଧ କ୍ରସର୍ ସଂଘ ପକ୍ଷରୁ ଦାଦବାଟି ଆଦାୟ ନେଇ ପୋଲିସ୍ ନିକଟରେ ଅଭିଯୋଗ ହୋଇଥିଲା ।
