ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଂ ଘଟଣା । ୯ ଜଣ ଛାତ୍ରଙ୍କୁ ଆଜି କଲେଜରୁ ନିଲମ୍ବିତ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ ବୋଲି ସୂଚନା ମିଳିଛି। ସେପଟେ ନିଲମ୍ବନ ନେଇ ପୋଲିସକୁ ଅବଗତ କରାଇଛନ୍ତି କଲେଜ କର୍ତ୍ତୃପକ୍ଷ ।
ସୂଚନାଯୋଗ୍ୟ ଯେ, ଗତ ଶନିବାର ଖଲ୍ଲିକୋଟ ଜୁନିଅର କଲେଜରେ ଜଣେ +୨ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଥିଲା । ଏନେଇ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରୀ । ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଅଧ୍ୟକ୍ଷ କହିଥିଲେ ଯେ, ପୂର୍ବରୁ କଲେଜ୍ରେ ରାଗିଂ ଅଭିଯୋଗ ହୋଇଥିବା ବେଳେ ୬ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୧୫ ଦିନ ପାଇଁ କଲେଜ୍ ରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା । ଏ ସଂପର୍କରେ ପୋଲିସ୍କୁ ଅବଗତ କରାଯାଇଥିଲା । କିନ୍ତୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ଅଧ୍ୟକ୍ଷ କହିଛନ୍ତି ।
ପରେ ଆଉ ଏକ ରାଗିଂ ଘଟଣାକୁ ନେଇ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ରାଧାକାନ୍ତ ନାୟକ କହିଥିଲେ । ଏନେଇ କଲେଜର ଆଣ୍ଟି ରାଗିଂ ସେଲ କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ପ୍ରରିପ୍ରେକ୍ଷୀରେ ଆଜି ୯ ଛାତ୍ରଙ୍କୁ ନିଲମ୍ୱନ କରାଯାଇଛି ।
