ନୂଆଦିଲ୍ଲୀ: ପୁଣିଥରେ ତାଜମହଲ ଭିତରେ ନମାଜ ପାଠ । ଏନେଇ ଅଭିଯୋଗ ଆସିବା ସହ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ନେଇ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପ୍ରତ୍ନତତ୍ତ୍ୱ ବିଭାଗ ଏହି ଘଟଣାର ତଦନ୍ତ କରୁଛି।
ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ରାଜକୁମାର ପଟେଲ କହିଛନ୍ତି ଯେ ବର୍ତ୍ତମାନ ତାଜମହଲରେ ପର୍ଯ୍ୟଟକଙ୍କ ଭିଡ ଅଧିକ, ଏଭଳି ପରିସ୍ଥିତିରେ କିଏ କ’ଣ କରୁଛି ତାହା ଜଣାପଡୁ ନାହିଁ, ତଥାପି ଏହି ଭିଡିଓ ତଦନ୍ତ କରାଯାଉଛି। ତାଜମହଲ ଭିତରେ ନମାଜ ପାଠ କରାଯାଉଥିବା ଭିଡିଓଟି ରବିବାର ଦିନର ବୋଲି କୁହାଯାଉଛି।
ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ବଗିଚାରେ ବସି ନମାଜ ପାଠ କରୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ମୁସଲିମ୍ ଟୋପି ପିନ୍ଧି ନମାଜ ପଢ଼ୁଥିବା ବେଳେ ତାଙ୍କ ପାଖରେ ଜଣେ ମହିଳା ବସିଥିବା ଭିଡିଓରେ ନଜର ଆସିଛନ୍ତି। ଏହି ଭିଡିଓକୁ ଜଣେ ପର୍ଯ୍ୟଟକ ରେକର୍ଡିଂ କରି ସୋଶାଲ ମିଡିଆ ସାଇଟ୍ରେ ଅପ୍ଲୋଡ୍ କରିଥିଲେ।
ଭିଡିଓଟି ଏବେ ସାମ୍ନାକୁ ଆସିବା ପରେ ପ୍ରତ୍ନତତ୍ତ୍ୱ ଏବଂ ସିଆଇଏସ୍ଏଫ୍ ବିଭାଗରେ ଆତଙ୍କ ଖେଳିଯାଇଛି। ତାଜମହଲରେ ଏଭଳି କାର୍ୟ୍ୟକଳାପ ବନ୍ଦ କରିବା ଏଏସ୍ଆଇ କର୍ମଚାରୀ ଏବଂ ସିଆଇଏସ୍ଏଫ୍ କର୍ମଚାରୀଙ୍କ ଦାୟିତ୍ୱ ଅଟେ। ତେବେ କଡା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଳଭି ଏହି ନମାଜ ପଠା କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି।
ଉଲ୍ଲେଯୋଗ୍ୟ, ତାଜମହଲ ଭିତରେ କୌଣସି ପ୍ରକାର ଧାର୍ମିକ କାର୍ୟ୍ୟକଳାପ ନିଷେଧ ରହିଛି। ଶୁକ୍ରବାର ଦିନ ତାଜମହଲ ଭିତରେ ଥିବା ଶାହି ମସଜିଦରେ କେବଳ ସ୍ଥାନୀୟ ଲୋକ ପ୍ରାର୍ଥନା କରିପାରିବେ। ଏହା ବ୍ୟତୀତ, ରମଜାନ ମାସରେ ଏବଂ ଇଦ୍ ଓ ବକ୍ରିଦ୍ରେ ସକାଳର ପ୍ରାର୍ଥନା କରିବାକୁ କେବଳ ଅନୁମତି ରହିଛି





