ଗଭର୍ବତୀ କୁକୁରକୁ ପିଟିପିଟି ମାରିବା ଘଟଣା: ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଗଭର୍ବତୀ କୁକୁରକୁ ପିଟିପିଟି ମାରିବା ଘଟଣାରେ ପୋଲିସର କାର୍ଯ୍ୟନୁଷ୍ଠାନ । ଏହି ଘଟଣାରେ ତଦନ୍ତ କରି ଦିଲ୍ଲୀ ପୁଲିସ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି। ୪ ଜଣ ଅଭିଯୁକ୍ତ ଡନ୍ ବସ୍କୋ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜୀର ଛାତ୍ର ବୋଲି ଜଣାପଡିଛି।

ଗତ କିଛି ଦିନ ତଳେ ଦିଲ୍ଲୀ ନ୍ୟୁ ଫ୍ରେଣ୍ଡସ୍ ଅଞ୍ଚଳରେ କିଛି ଯୁବକ ଏକ ଗର୍ଭବତୀ କୁକୁରକୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ଏହି ଘଟଣାରେ ଏବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାପୂର୍ବରୁ ପୁଲିସ ଏହି ମାମଲାରେ ନଭେମ୍ବର ୨୦ ତାରିଖରେ ଏଫ୍‌ଆଇର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା ଚାଲିଛି। ପଚରାଉଚରା ବେଳେ, କୁକୁରଟି ବରମ୍ବାର ଭୁକିବା ଯୋଗୁଁ ଏଥିରେ ବିରକ୍ତ ହୋଇ ତାକୁ ପିଟିପିଟି ହତ୍ୟା କରିଥିବା ଗିରଫ ଅଭିଯୁକ୍ତମାନେ କହିଛନ୍ତି। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି ।

Related Posts