ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଦଳିଲେ ପାକିସ୍ତାନ ସେନା ମୁଖ୍ୟ । ଲେପ୍ଟନାଣ୍ଟ ଜେନେରାଲ୍ ଆସିମ୍ ମୁନିର ପାକିସ୍ତାନର ନୂଆ ସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଗୁରୁବାର ଏ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପାକିସ୍ତାନର ଜେନେରାଲ କମାର୍ ଜାଭେଦ ବାଜଓ୍ବାଙ୍କ ସ୍ଥାନରେ ଆସିମ୍ ମୁନିର ସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଆସନ୍ତା ନଭେମ୍ବର ୨୯ରେ ଜେନେରାଲ ବାଜଓ୍ବାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।
ସୂଚନା ଅନୁସାରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ପୂର୍ବତନ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଅସୀମ ମୁନୀରଙ୍କୁ ସେନା କର୍ମଚାରୀଙ୍କ ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଜେନେରାଲ ଅସୀମ ମୁନିର୍ ବର୍ତମାନର ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ୍ ବାଜୱାଙ୍କ ସ୍ଥାନ ନେବେ । ଜେନେରାଲ କାମାର ଜାଭେଦ ବାଜୱା ୬୧ ବର୍ଷ ବୟସରେ ନିଜ ପଦରୁ ଅବସର ନେବେ । ଶେଷଥର ପାଇଁ ତାଙ୍କ କାର୍ଯ୍ୟକାଳକୁ ତିନି ବର୍ଷ ବୃଦ୍ଧି କରାଯାଇଥିଲା । ଏହାପରେ ଆସନ୍ତା ନଭେମ୍ବର ୨୯ ରେ ସେ ଅବସର ନେବାକୁ ସ୍ଥିର ହୋଇଛି।
