ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ପିଏ । ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଥିବା ଆଣିଛନ୍ତି ପିଏ ହେମନ୍ତ ଭୋଇ। ଏନେଇ ତାଙ୍କ ପତ୍ନୀ ଆଜି ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।
ଏନେଇ ପିଏ ହେମନ୍ତ ଭୋଇ କହିଛନ୍ତି ଯେ, ଜିଲ୍ଲାପାଳ ୨ ମାସ ହେଲାଣି ମୋତେ ଜାତିଆଣ ଆକ୍ଷେପ କରି ମାନସିକ ନିର୍ଯାତନା ଦେଉଛନ୍ତି। ଖାଲି ସେତିକି ନୁହେଁ, ପିଅନ, ସୁଇପର ଭଳି ବ୍ୟବହାର ଦେଖାଉଛନ୍ତି। ତାଙ୍କର ଉଚ୍ଚ ରକ୍ତଚାପ ରୋଗ ଦେଖା ଦେଇଛି। ଏଥିଲାଗି ସେ ଚିକିତ୍ସିତ ମଧ୍ୟ ହୋଇଛନ୍ତି। ଏନେଇ ଆଜି ଥାନାରେ ମୋ ସ୍ତ୍ରୀ ଏତଲା କରିଛନ୍ତି, ମୋର ଯଦି କିଛି ହୋଇଯାଏ, ତେବେ ସେଥିଲାଗି ଜିଲ୍ଲାପାଳ ଦାୟୀ ରହିବେ।
ତେବେ ଏହି ଅଭିଯୋଗ ନେଇ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
