ପାଠଇକମାଳ : ସକ୍ରିୟ ହେଲେ ମାଓବାଦୀ । ଲଗାଇଲେ ମାଓ ପୋଷ୍ଟର । ବରଗଡ଼ ଜିଲା ପାଇକମାଳ ଠାରୁ ୬ କି.ମି ଦୂର ମାଗୁରମାଲ ଛକ ନିଶାନୀ ଦେବୀ ମନ୍ଦିର ନିକଟରେ ମାଓବାଦୀ ବ୍ୟାନର ଲାଗି ଥିବା ଶନିବାର ଭୋରରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ଏହି ବ୍ୟାନର ଲଗାଇ ଥିବା ଅନୁମାନ କରାଯାଉଛି । ପୋଲିସ ଉକ୍ତ ବ୍ୟାନରକୁ ଜବତ କରିଛି। ତେବେ ବ୍ୟାନରରେ କଣ ଲେଖାଯାଇଛି, ତାହା ସ୍ପଷ୍ଟ ଜଣାପଡୁ ନାହିଁ।

ପଦ୍ମପୁର ଉପନିର୍ବାଚନ ଯୋଗୁ ଏହି ରାସ୍ତାରେ ଦିନରାତି ମନ୍ତ୍ରୀ, ନେତାମାନେ ଯିବା ଆସିବା କରୁଛନ୍ତି। ଅନ୍ୟପକ୍ଷେ ଉପନିର୍ବାଚନ ସମୟରେ ଏହି ମାଓବାଦୀ ବ୍ୟାନର ଲାଗିବା ଘଟଣା ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।