କନ୍ଧମାଳ ଜି.ଉଦୟଗିରି ଥାନା ନିଲୁଙ୍ଗିଆ ଠାରେ ଦୁର୍ଘଟଣା: ସ୍କୁଟି ଓ ବାଇକ୍‌ ଧକ୍କା , ୨ମୃତ

ଜି.ଉଦୟଗିରି : କନ୍ଧଳମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ନିଲୁଙ୍ଗିଆଠାରେ ଘଟିଛି ଦୁର୍ଘଟଣା । ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ପଲସର ବାଇକ୍‌ ଧକ୍କା ଦେବା ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶିକ୍ଷୟିତ୍ରୀ ପ୍ରଦୀପ୍ତା ସାହୁ (୩୪) ଓ କିରାଣି ବିମଳା ପ୍ରଧାନ (୪୬)। ଉଭୟ ସ୍କୁଟିରେ ଲିଙ୍ଗଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପଲସରରେ ଆସୁଥିବା ୨ ଯୁବକଙ୍କ ସହ ମୁହଁାମୁହିଁ ହୋଇଥିଲା। ତୁରନ୍ତ ଅଟୋରେ ଆହତଙ୍କୁ ଜି ଉଦୟଗିରି ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପଲସର ଚାଳକ ଜଣଙ୍କ ନାବାଳକ ସେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଜି. ଉଦୟଗିରି ପୋଲିସ ଆଇଆଇସି ଅଜୟ କୁମାର ସ୍ବାଇଁ ଓ ବିଡିଓ ଆଶିଷ କୁମାର ତ୍ରିପାଠୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

Related Posts