ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋରାପୁଟ ସୀମାନ୍ତ ବନ୍ଧୁଗାଁରେ ବୁଲୁଛି ମହାବଳ ବାଘ। ବନ୍ଧୁଗାଁ ବ୍ଲକ୍ ର ଝାଙ୍କିରିକାରିଲି ଗାଁ ପାହାଡ଼ରେ ମହାବଳ ମାତିଥିବା ସ୍ପଷ୍ଟ ହୋଇଛି। ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି ମହାବଳ ବାଘ ବୁଲୁଥିବାର ଭିଡିଓ।

ଖବର ଅନୁଯାୟୀ, ରାତିରେ ମହାବଳ ବାଘ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଆନ୍ଧ୍ର ସୀମାନ୍ତରେ ମହାବଳ ବାଘ ଏକ ଛେଳି କୁ ମାରି ଖାଇଥିବା ଘଟଣା ସାମ୍ନାକୁ ଆସିଥିଲା।ସେହି ମହାବଳ ବାଘ ହିଁ ଓଡ଼ିଶା ସୀମାନ୍ତରେ ଝାଙ୍କିରିକାରିଲି ଗାଁ ର ଏକ ବଳଦକୁ ମାରି କ୍ଷତ ବିକ୍ଷତ କରି ଛାଡ଼ିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବନ ବିଭାଗ ପକ୍ଷରୁ ସେଠାରେ ମହାବଳ ବୁଲୁଥିବାରୁ ଲୋକଙ୍କୁ ମାଇକ୍ ଯୋଗେଁ ସଚେତନ କରାଯାଇଛି। ଲୋକଙ୍କୁ ବାହାରକୁ ଯିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ମଧ୍ଯ କୁହାଯାଇଛି। ବନ କର୍ମଚାରୀ ଏହି ବାଘକୁ କିଭଳି ଧାରଯିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବାଘକୁ କାବୁ କରିବା ପାଇଁ ଆନ୍ଧ୍ରପ୍ରଦେଶରୁ ଏକ ଏକ୍ସପର୍ଟ ଟିମ ଆସିଥିବା ଜଣାପଡିଛି।