ଭୁବନେଶ୍ଵର: ମନି ଲଣ୍ଟ୍ରିଂ ମାମଲାରେ ଗିରଫ ହୋଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଉପ ସଚିବ ସୌମ୍ୟା ଚୌରାସିଆ। ଆୟକର ବିଭାଗ ପକ୍ଷରୁ ଗତବର୍ଷ ଜୁନ ମାସରେ କୁହାଯାଇଥିଲା କି ଛତିଶଗଡ ରାଜଧାନୀ ରାୟପୁରରେ ଚଢାଉ ବେଳେ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ହେରଫେର ମାମଲାର ପର୍ଦ୍ଦାଫାସ ହୋଇଥିଲା । ଏହି ଅର୍ଥ କାରବାର ବ୍ୟାଙ୍କ ମାଧ୍ୟମରେ ନୁହେଁ ବରଂ ସିଧାସଳଖ ନଗଦ କାରବାରରେ ହୋଇଥିବା କଥା ଇଡି କହିଥିଲା ।

ସେପଟେ ୨୦୨୦ ଫେବୃଆରୀ ମାସରେ ସୌମ୍ୟା ଚୌରାସିଆଙ୍କ ଘର ଉପରେ ଚଢାଉ ହୋଇଥିଲା । ସେପଟେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କେନ୍ଦ୍ରୀୟ ଯାଂଚ ଏଜେନ୍ସିର ଏଭଳି ଚଢାଉକୁ ରାଜନୈତିକ ପ୍ରଣୋଦିତ ବୋଲି ଅଭିଯୋଗ କରିଥିଲେ । ସେ କହିଥିଲେ କି ତାଙ୍କ ସରକାରକୁ ଅସ୍ଥିର କରିବାକୁ କେନ୍ଦ୍ର ସରକାର ଜାତୀୟ ଯାଂଚ ଏଜେନ୍ସିର ଦୂରୋପଯୋଗ କରୁଛନ୍ତି । ସେତେବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା ।

ସେତେବେଳେ ଆୟକର ବିଭାଗ ସୌମ୍ୟା ଚୌରାସିଆ ଓ ତାଙ୍କ ନିକଟତମ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରିଥିଲେ । ଏହାପରେ ଛତିଶଗଡ ପୋଲିସ ୧୯ ଟଠି କାର ଜବତ କରିନେଇଥିଲା । ଏହି କାରଗୁଡିକୁ ଚଢାଉ ପାଇଁ ଆୟକର ବିଭାଗ ଭଡାରେ ଆଣିଥିଲେ । ଏନେଇ ପୋଲିସ କହିଥିଲା କି ସବୁ ଗାଡିଗୁଡିକ ନୋ-ପାର୍କିଂ ଜୋନରେ ଠିଆ ହୋଇଥିବାରୁ ସେଗୁଡିକୁ ଜବତ କରାଯାଇଛି