ଅଡ଼ୁଆରେ ଅଭିନେତା ରିତେଶ ଓ ଅଭିନେତ୍ରୀ ଜେନେଲିଆ: ୧୧୬ କୋଟି ଟଙ୍କା ଋଣ ପରିଶୋଧ କରିନଥିବା ଅଭିଯୋଗ

ମୁମ୍ୱାଇ: ଅଡ଼ୁଆରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାଶରାଓ ଦେଶମୁଖଙ୍କ ପୁଅ ତଥା ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଜେନେଲିଆ ଦେଶମୁଖ । ଉଭୟ ସେମାନଙ୍କର କୃଷି ଫାର୍ମ କମ୍ପାନୀ ପାଇଁ ୧୧୬ କୋଟି ଟଙ୍କା ଋଣ ନେଇଥିବା ବେଳେ, ଏହାକୁ ପରିଶୋଧ କରିନଥିବା ଅଭିଯୋଗରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗତମାସ ଲାତୁର ଜିଲ୍ଲାର ଜଣେ ବିଜେପି ନେତା ଅଭିଯୋଗ ଆଣିଥିଲେ କି, ଏହା ପୂର୍ବରୁ ମହାରାଷ୍ଟ୍ର ଶାସନରେ ଥିବା ମହାବିକାଶ ଅଘାଡି ସରକାରଙ୍କ ସମୟରେ ରିତେଶ ଓ ତାଙ୍କ ପତ୍ନୀ ଦେଶ ଏଗ୍ରୀ ପ୍ରାଇଭେଟ ଲିମିଟେଡ ନାମରେ ଋଣ ନେଇ ପରିଶୋଧ କରିନାହାଁନ୍ତି ।

ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ଅତୁଲ ସାବେ କହିଛନ୍ତି କି ରିତେଶ ଓ ତାଙ୍କ ପତ୍ନୀ ଅକ୍ଟୋବର ୪ ତାରିଖ ୨୦୨୧ ମସିହାରେ ପଣ୍ଢରପୁର ସହରୀ ସହକାରୀ ବ୍ୟାଙ୍କରୁ ୪ କୋଟି, ଲାତୁର ଜିଲ୍ଲା କେନ୍ଦ୍ରୀୟ ସହକାରୀ ବ୍ୟାଙ୍କରୁ ୬୧ କୋଟି ଓ ପୁଣି ୫୫ କୋଟି ଟଙ୍କା ଋଣ ନେଇଛନ୍ତି । ହେଲେ ଋଣ ଦେଇଥିବା ବ୍ୟାଙ୍କଗୁଡିକ ଆବଶ୍ୟକ କାଗଜପତ୍ର ବିନା ରିତେଶ ଓ ତାଙ୍କ ପତ୍ନୀଙ୍କ ନାମରେ କିଭଳି ଋଣ ମଞ୍ଜୁର କଲେ ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

Related Posts