ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିନକ ପରେ ନେତା ବାଛିବ ପଦ୍ମପୁର। ଉପନିର୍ବାଚନ ପାଇଁ ପଡିବ ଭୋଟ୍। ଆଜି ଏଥିପାଇଁ ପ୍ରଚାର ସରୁଛି। ଶେଷ ଦିନ ପ୍ରଚାରରେ କମ୍ପୁଛି ପଦ୍ମପୁରର ଗାଁ ଗଣ୍ଡା। ଆସନ୍ତା ୫ତାରିଖ ସୋମବାର ଦିନ ମତଦାନ ଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଭୋଟିଂ ପାଇଁ ଇଭିଏମ ମଧ୍ୟ ଆସି ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପଦ୍ମପୁର ସହରର ଆରଏମସି ଠାରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି ।
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୋଟ୍ ୨ଲକ୍ଷ ୫୭ହଜାର ୪୭୪ ଭୋଟର ରହିଥିବା ବେଳେ ୩୧୯ଟି ବୁଥ୍ ବ୍ୟବସ୍ଥା କରାଯାଇଛି । ଝାରବନ୍ଧ ବ୍ଲକରେ ୭୪, ପାଇକମାଳରେ ୧୧୦, ରାଜବୋଡାସମ୍ବରରେ ୧୨୨ ଓ ପଦ୍ମପୁର ଏନଏସିରେ ୧୩ଟି ବୁଥ୍ ରହିଛି । ୩୧୯ବୁଥ୍ ମଧ୍ୟରେ ୬ଟି ପିଙ୍କ୍ ବୁଥ୍ ଓ ୧୫ଟି ମଡେଲ ବୁଥ୍ ରହିଛି । ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ କରିବା ପାଇଁ ୩୬୦ଟି ପୋଲିଂ ପାର୍ଟି ନିଯୁକ୍ତ କରାଯାଇଛି ।
