ବାଲେଶ୍ଵର ସୁନହାଟ ସ୍ଥିତ କଂସେଇ ମହଲା ଅଞ୍ଚଳରେ ପାଗଳ କୁକୁର ଆତଙ୍କ: ୨୦ରୁ ଅଧିକ ଆହତ

ବାଲେଶ୍ୱର : ବାଲେଶ୍ଵର ସହର ସୁନହାଟ ସ୍ଥିତ କଂସେଇ ମହଲା ଅଞ୍ଚଳରେ ପାଗଳ କୁକୁର ଆତଙ୍କ ସୃଷ୍ଟି ହୋଇଛି । ଫଳରେ ପାଗଳ କୁକୁର କାମୁଡ଼ାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ବାଲେଶ୍ଵର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶୁକ୍ରବାର ଏକ ପାଗଳ କୁକୁର ଏକ ଶିଶୁକୁ ଆକ୍ରମଣ କରିଥିଲା । ଏହାପରେ ଶନିବାର ସକାଳେ ସ୍ଥାନୀୟ ଲୋକେ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ମଧ୍ୟ ଆକ୍ରମଣ କରିଥିଲା । ଏପିରିକି ସ୍ଥାନୀୟ ଅଞ୍ଚଳର ପାଖାପାଖି ୨୨ ଲୋକଙ୍କୁ ଆକ୍ରମଣ କରିଛି । ଫଳରେ ଲୋକମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସେପଟେ ଲୋକଙ୍କୁ ଆକ୍ରମଣ କରିଥିବା କୁକୁରକୁ ପିଟି ପିଟି ମାରି ଦେଇଥିବା ଜଣାପଡିଛି ।

Related Posts